Home » ଦେଶ-ବିଦେଶ » କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ

କଣ୍ଟାବାଞ୍ଜିରୁ ହାରିଲେ ନବୀନ ପଟ୍ଟନାୟକ, ଜିତିଲେ ଲକ୍ଷ୍ମଣ ବାଗ। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କ ଠାରୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ହାରି ଯାଇଛନ୍ତି।

କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋ ଏବଂ ବିଜେଡିର ସଭାପତି ତଥା ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ପରାସ୍ତ ହୋଇଛନ୍ତି। ଏହି ନିର୍ବାଚନ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ବିଜୟୀ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକଙ୍କଠାରୁ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗ ୩୨୮୩ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। ଲକ୍ଷ୍ମଣ ବାଗଙ୍କୁ ମୋଟ ୪୪, ୪୨୪ ଖଣ୍ଡ ମିଳିଥିବାବେଳେ କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ରରେ ନବୀନ ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ରହିଛନ୍ତି ଓ ତାଙ୍କୁ ୪୧,୧୪୧ ଖଣ୍ଡ ଭୋଟ ମିଳିଛି। ଏଠାରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ତୃତୀୟ ସ୍ଥାନରେ ରହିଛନ୍ତି ଏବଂ ତାଙ୍କୁ ୧୪,୪୪୭ ଖଣ୍ଡ ଭୋଟ ମିଳିଛି। ସେହିପରି ସିପିଆଇ ପ୍ରାର୍ଥୀ ପ୍ରଣବ ଭୋଇଙ୍କୁ ୭୭୫, ସ୍ବାଧୀନ ପ୍ରାର୍ଥୀ ସୁରଥ ବେହେରାଙ୍କୁ ୬୬୯, ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆ ପ୍ରାର୍ଥୀ ୬୫୬, ସ୍ବାଧୀନ ପ୍ରାର୍ଥୀ ଧନେଶ୍ବର ମାଝୀ ୬୪୮, ଅଲ ଇଣ୍ଡିଆ ଫରୱାଡ ବ୍ଲକ ଅଭିରାମ ଧାରୁଆ ୬୪୬, ସ୍ବାଧୀନ ପ୍ରାର୍ଥୀ ଶୋହନ ସିପ୍କା ୫୯୫, ସ୍ବାଧୀନ ପ୍ରାର୍ଥୀ କମଲ କୁମାର ଛତ୍ରୀଆ, କୋଶଲ ମୁକ୍ତି ମୋର୍ଚ୍ଚା ପ୍ରାର୍ଥୀ ଦେବେନ୍ଦ୍ର କୁମାର ଜୈନ ୪୩୬ଖଣ୍ଡ ଭୋଟ ମିଳିଥିବାବେଳେ ନୋଟାରେ ୯୩୯ଟି ଭୋଟ ମିଳିଛି।

Source link

dinankatv
Author: dinankatv

Leave a Comment

RELATED LATEST NEWS