Home » ଦେଶ-ବିଦେଶ » ପାରାଦୀପ ରେ ବିଜୟ ବାନା ଉଡାଇଲେ ସମ୍ପଦ

ପାରାଦୀପ ରେ ବିଜୟ ବାନା ଉଡାଇଲେ ସମ୍ପଦ

ଲୁଣିପାଣି ରେ ପଦ୍ମ ଫୁଟି ବନି କହୁଥିବା ସର୍ଖେଲ୍ ସବୁ ସାରିଦେଲା,
ପଡିଲା ପରବାର ବାଦ ରାଜନିତୀ ରେ ପୁର୍ଣ୍ଣ ଚ୍ଛେଦ

ଆକଳନ ଠାରୁ ଉର୍ଦ୍ଧ ରେ , ଆଶା ଠାରୁ ଅଧିକ, ପ୍ରଥମ ଥର ବିଜୟ ଦ୍ବାର ଦେଶରେ ପହଞ୍ଚି ବିଜୟ ର ବାନା ଉଡାଇଛନ୍ତି ପାରାଦୀପ ନିର୍ବାଚନମଣ୍ଡଳୀର ଯୁବନେତା ତଥା ବିଜେପି ପ୍ରାର୍ଥୀ ସମ୍ପଦ ସ୍ବାଇଁ । ନିଜେ ବିଜୟର ସ୍ବାଦ ଚାଖିବା ସହ ଏକ ଜାତୀୟ ଦଳର ନେତୃତ୍ଵ ନେଇ ଜସସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓଡ଼ିଶା ମାଟିର ପୁଅ ଧର୍ମେନ୍ଦ୍ର ପ୍ରଧାନଙ୍କ ମାନ ସମ୍ମାନ କୁ ଯଥେଷ୍ଟ ଉଚ୍ଚରେ ପହଞ୍ଚାଇ ଛନ୍ତି ପାରାଦୀପ ମାଟିର ପୁଅ ସମ୍ପଦ ସ୍ବାଇଁ । ଦିନ ରାତି ର ଅକ୍ଳାନ୍ତ ପରିଶ୍ରମ ତଥା ମେଳାପି ସ୍ବଭାବ ଓ ଅମାୟିକ ବ୍ୟକ୍ତିତ୍ଵ ହିଁ ଆଜି ସମ୍ପଦ ଙ୍କ ବିଜୟର ଶ୍ରେୟ ସାଜିଛି । ଯାହାକୁ ନେଇ ପାରାଦୀପ ନିର୍ବାଚନ ମଣ୍ଡଳୀର ବିଜେପି ଶିବିରରେ ଏକ ପ୍ରକାର ଖୁସିର ଲହରୀ ଖେଳି ଯାଇଛି । 

ତେବେ ଏହି ଖୁସି ସମ୍ପଦ ଆଜି ଭୋଟ୍ ଗଣତି ର ପ୍ରାରମ୍ଭରୁ ଆଣି ଦେଇଛନ୍ତି । ମୋଟ୍ ୨୨ଟି ରାଉଣ୍ଡ୍ ଗଣତି ହୋଇଥିବା ବେଳେ ପ୍ରଥମ ରାଉଣ୍ଡ୍ ରୁ ହିଁ ସମ୍ପଦ ତାଙ୍କ ବିଜୟ ଧାରା ଅବ୍ୟାହତ ରଖି ଚାଲିଥିଲେ । ଯାହାକି ଶେଷ ରାଉଣ୍ଡ୍ ପର୍ଯ୍ୟନ୍ତ ତାହା ଅବ୍ୟାହତ ରହିଥିଲା ।

ତେବେ ଏହି ବିଜୟ ସମ୍ପଦ ଙ୍କ ବିରୋଧୀ ଶିବିର କୁ ସମ୍ପୁର୍ଣ୍ଣ ଧରାଶାୟୀ କରି ଦେଇଛି । କିଏ କହୁଥିଲା ଲୁଣି ବାଲିରେ ପଦ୍ମ ଫୁଟେ ନାହିଁ ତ ଆଉ କିଏ କହୁଥିଲା ପାରାଦୀପ ହେଉଛି ବିଜେଡି ର ଗଡ଼ , ସେଠି ଆଉ କେଉଁ ଦଳ ଜିତି ପାରିବ ନାହିଁ, ସେହିପରି କିଏ କହୁଥିଲା ସମ୍ପଦ ଠିକାଦାରୀ ରାଜନିତୀ କରୁଛନ୍ତି ତ ଆଉ କିଏ କହୁଥିଲା ପାରାଦୀପ ରେ ସମ୍ପଦ ଜିତିବା ଏକ ପ୍ରକାର ସ୍ବପ୍ନ । କିନ୍ତୁ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ସମ୍ପଦ ଖୋଦ୍ ନିର୍ବାଚନ ରଣାଙ୍ଗନ ରେ ଜଣେ ଦକ୍ଷ ନେତା ପରି ନିର୍ବାଚନ ମଙ୍ଗ ଧରି ଏହି ୨୦୨୪ ନିର୍ବାଚନ ବୈତରଣୀ ପାର କରାଇଛନ୍ତି । ଯାହାକି ସମାଲୋଚକ ମାନଙ୍କୁ କଡ଼ା ଜବାବ୍ ମିଳିବା ସହ ଏଠି ପାର୍ଟି ନୁହେଁ ମାଟିର ବିଜୟକୁ ପ୍ରମାଣିତ କରିଛନ୍ତି । ତେବେ ଏହି ବିଜୟ ଧାରା ନେଇ ବିଜେପି ଶିବିରରେ ଖୁସି ର ମହଲ ସୃଷ୍ଟି ହୋଇଥିବା ବେଳେ ବିଜେଡି ଶିବିରରେ ନୈରାଶ୍ୟ ଭାବ ଖେଳି ଯାଇଛି । 

ତେବେ ଗତ ୨୦୧୯ ରେ ପ୍ରଥମ ଥର ରାଜନୈତିକ ମୈଦାନ ରେ ପାଦ ଦେଇ ସମ୍ପଦ ପ୍ରାୟ ୩୬ହଜାର ରୁ ଉର୍ଦ୍ଧ ଭୋଟ୍ ପାଇ ତୃତୀୟ ସ୍ଥାନ ଅଳଙ୍କୃତ କରିଥିବା ବେଳେ ଚଳିତ ନିର୍ବାଚନ ରେ ପ୍ରଥମ ସ୍ଥାନ ଅଧିକାର କରି ବିଜୟର ଟିକା ପିନ୍ଧିଛନ୍ତି । ତେବେ ଏହା ଜନସାଧାରଣଙ୍କ ଆଶ୍ରିର୍ବାଦ ଓ ତାଙ୍କର ସେବା ଉଦ୍ଦେଶ୍ୟ ରେ ମୋତେ ଜନାଦେଶ ମିଳିଛି ବୋଲି ସମ୍ପଦ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି । ଏଥି ସହ ୨୫ବର୍ଷର ଅପାରଗ ସରକାର ଓ ଅଯୋଗ୍ୟ ବିଧାୟକ ଯାହା ନ କରି ପାରିଛନ୍ତି ତାହା ଆଗାମୀ ଦିନରେ କରାଯିବ ବୋଲିି ବିଜୟୀ ବିଧାୟକ ସମ୍ପଦ ସ୍ବାଇଁ କହିଛନ୍ତି।

Source link

dinankatv
Author: dinankatv

Leave a Comment

RELATED LATEST NEWS